ନୂଆପଡ଼ାରେ ପୁଣି ବାଘ ଆତଙ୍କ, ୯ଟି ଗାଁର ଲୋକେ ଭୟଭୀତ

ନୂଆପଡ଼ା ୦୬।୦୮: ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଘାଟମାଲ ଅଞ୍ଚଳରେ ବାଘ ଆତଙ୍କ ।  କିଛି ଦିନ ହେବ ୪ଟି ବାଘ ବୁଲୁଥିବାର ନଜର ଆସିଛି । ଯାହାକୁ ନେଇ ପାଖାପାଖି ୯ଟି ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୁନାବେଡା ଅଭୟାରଣ୍ୟ ପାଟଧରା ଜଙ୍ଗଲକୁ ଲାଗି ଉପାନ୍ତ ଅଞ୍ଚଳ ଘାଟମାଲ,ବଡମଲା,ପର୍ରିପାନି,ଯୋଗଭଟା ଭଳି ଅନେକ ଗାଁରେ ବାଘକୁ ନେଇ ଆତଙ୍କ ଲାଗି ରହିଛି । ସିନାପାଲି ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି କ୍ୟାମେରା ଲଗାଇବା ସହ ସ୍ଥିତି ଅନୁଧ୍ୟାନ କରୁଛି। ପୂର୍ବରୁ ନୂଆପଡା ରେଞ୍ଜ ହଳଦି ଗାଁରେ ଚାରି ବର୍ଷର ଶିଶୁ ଛଗନ ପାଣ୍ଡେକୁ ମାଆ କୋଳରୁ ଟେକିନେଇ ଜଙ୍ଗଲ ଭିତରେ ଖାଇଥିଲା କଲରାପତରିଆ ବାଘ । ପରେ ପରେ ଶୋଇଥିବା ଅବସ୍ଥାରେ ଘରେ ପଶି ଆଇ ନାତୁଣୀକୁ ଆକ୍ରମଣ କରିଥିଲା । ଆତଙ୍କ ବଢି ଚାଲିବା ପରେ ଦୁଇଟି ବାଘକୁ ପିଞ୍ଜରା ଲଗାଇ ଧରିବା ସହ ନନ୍ଦନକାନନକୁ ପଠାଯାଇଥିଲା ।

Leave A Reply

Your email address will not be published.