ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା’ ହତ୍ୟା ?

ଉଦଳା ୬।୮: ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଫାଣ୍ଡି ନିକଟ ନାଳରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଫାଣ୍ଡି ନିକଟ ନାଳରେ ଶନିବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଛନ୍ତି । ମୃତକ ହେଲେ ନୂଆଗାଁ ଗ୍ରାମର ଜଗନ୍ନାଥ ବିନ୍ଧାଣି । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ଏହା ଏକ ଦୁର୍ଘଟଣା ନା’ ହତ୍ୟା ତାହାକୁ ନେଇ ଖୋଳତାଡ କରୁଛି କପ୍ତିପଦା ପୋଲିସ ।

Leave A Reply

Your email address will not be published.