କିମ୍‌ କାର୍ଦସିଆନ୍‌-ପିଟ୍‌ ଡେଭିଡସନଙ୍କ ବ୍ରେକ୍‌ଅପ୍‌

ମୁମ୍ବାଇ ୦୬।୦୮: ଆମେରିକାର ମଡେଲ୍‌ ତଥା ଟିଭି ଷ୍ଟାର କିମ୍ କାର୍ଦସିଆନ୍‌ । ଦୁନିଆର ସବୁଠାରୁ ପପୁଲାର ଷ୍ଟାର। ସେ ସବୁବେଳେ କିଛି ନା କିଛି କାରଣ ପାଇଁ ଆଲୋଚନାରେ ରୁହନ୍ତି। ସେ ତାଙ୍କ ବିବାହ, ଝିଅର ସମ୍ପର୍କ ଏବଂ ବିବାହ ପରେ ଥିବା ରିଲେସନସିପ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଖବର ଆସିଛି ଯେ ସେ ହାସ୍ୟ ଅଭିନେତା ତଥା ଅଭିନେତା ପିଟ ଡେଭିଡସନଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି। ଉଭୟ ପ୍ରାୟ ୯ ମାସ ପରସ୍ପରକୁ ଡେଟ କରୁଥିଲେ। ଆମେରିକୀୟ ନ୍ୟୁଜ୍ ପୋର୍ଟାଲ୍ ସେମାନଙ୍କ ବିଷୟରେ କହିଛନ୍ତି ଯେ କିମ୍ ଏବଂ ପିଟ୍ ଏହି ସପ୍ତାହରେ ଅଲଗା ହୋଇ ଯାଇଛନ୍ତି। କିମଙ୍କ ମ୍ୟାନେଜର ମନ୍ତବ୍ୟ ଦେବାକୁ ମନା କରିଦେଇଥିବାବେଳେ ପିଟ ଡେଭିଡସନଙ୍କ ପ୍ରତିନିଧୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଗତ ବର୍ଷ ଅକ୍ଟୋବରରେ ଏହି ଦମ୍ପତି ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ। କେଉଁ କାରଣେୁ ଦୁହେଁ ଅଲଗା ହେଲେ ତାହା ଜଣାପଡି ନାହିଁ। ୪୧ ବର୍ଷିୟ କିମ୍‌ ରାପର କାନି ୱେଷ୍ଟଙ୍କ ଠାରୁ ଅଲଗା ହେବା ପରେ ପ୍ରେମିକା ପିଟ ଡେଭିଡସନଙ୍କ ସହ ବିଭିନ୍ନ ସ୍ଥାନରେ ଅନେକ ଥର ନଜର ଆସିଥିଲେ। ଉଭୟଙ୍କ ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। କିମ୍‌ଙ୍କ ୪ଟି ସନ୍ତାନ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣଙ୍କୁ ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ୨୦୦୦ ମସିହାରେ ୧୯ବର୍ଷ ବୟସରେ ଡେମନ୍ ଥୋମାସ୍‌ଙ୍କ ସହ ହୋଇଥିଲା । ପରେ ୨୦୦୪ରେ ଏହି ଦୁଇଜଣ ଅଲଗା ହୋଇଥିଲେ। ୨୦୧୧ରେ କ୍ରିସ୍‌ ହମ୍ପାରିସ୍‌ଙ୍କୁ ଦ୍ବିତୀୟ ବିବାହ କଲେ । କିନ୍ତୁ ଏହି ବିବାହ ମଧ୍ୟ ଦୁଇ ବର୍ଷରୁ ଅଧିକ ତିଷ୍ଠି ନଥିଲା । ଶେଷରେ ୨୦୧୪ ରେ ଇଟାଲୀରେ କାନି ୱେଷ୍ଟଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.