ପଲସରରେ ଆସିଲେ ଲୁଟେରା, ବାଇକ୍‌ ଆରୋହୀଙ୍କଠୁ ଲୁଟିନେଲେ ଚଙ୍କା ଓ ସୁନା ଭର୍ତ୍ତି ବ୍ୟାଗ୍

ଚଣ୍ଡିଖୋଲ ୦୯।୦୮: ବାଇକ୍‌ ଆରୋହୀଙ୍କଠୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟ ଖୋସାଲିପୁର ଓଭରବ୍ରିଜ୍‌ ନିକଟରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ ଆରମ୍ଭ କରିଛି । ଖବର ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ବିନୀତ କୁମାର ଜେନା ଓ ତାଙ୍କ ସ୍ତ୍ରୀ ଏବଂ ପୁଅ ବାଇକ୍‌ରେ ଢେଙ୍କାନାଳରେ ଏକ ବନ୍ଧୁଙ୍କ ଘରକୁ ଯାଉଥିଲେ । ଏହି ସମୟରେ ଖୋସାଲିପୁର ରେଲଓ୍ୱ ଓଭରବ୍ରିଜ୍‌ ନିକଟରେ ଏକ ପଲସର ବାଇକ୍‌ରେ ଆସି ଦୁଇ ଜଣ ବିନୀତଙ୍କ ପତ୍ନୀ ଧରିଥିବା ବ୍ୟାଗ୍‌କୁ ଛଡାଇ ନେଇଥିଲେ । ବ୍ୟାଗ୍‌ରେ ଥିବା ସୁନା ଅଳଙ୍କାର ସହ ଟଙ୍କା ରହିଥିଲା । ତେବେ ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.