ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ, ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ

ନୂଆଦିଲ୍ଲୀ ୦୯/୦୮ : ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ବିହାରରେ ବିଜେପିଠୁ ଅଲଗା ହୋଇଛନ୍ତି ନୀତିଶ କୁମାର । ଏନେଇ ନୀତିଶ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏହାସହ ସେ କଂଗ୍ରେସ-ଆରଜେଡି ଓ ବାମଦଳ ସହ ମିଶି ସରକାର ଗଠନ କରିବେ ବୋଲି ସୂଚନା ମିଳିଛି । ତେବେ ଅପରାହ୍ନ ୪ଟାରେ ନୀତିଶ ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡିଛି । ବିଜେପିଠୁ ଅଲଗା ହେଲେ ନୀତିଶ ବିଜେପିରୁ ଭାଙ୍ଗିଛି ମୋହ । ପଦ୍ମ ଛାଡି ଅନ୍ୟ ଦଳ ସହ ସରକାର ଗଢିବା ଦିଗରେ ନୀତିଶ । ଏଥିପାଇଁ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ଚର୍ଚ୍ଚା ସତ ହୋଇଛି । କାରଣ କଂଗ୍ରେସ-ଆରଜେଡି-ବାମଦଳ ସମର୍ଥନରେ ନୀତିଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି  । ବିଜେପିଠୁ ଅଲଗା ହୋଇ ରାଜ୍ୟ ରାଜନୀତିର ସମୀକରଣ ବଦଳାଇଛନ୍ତି ନୀତିଶ । ଏହାମଧ୍ୟରେ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନୀତିଶ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ବିଧାୟକମାନେ ମଧ୍ୟ ନୀତିଶଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସମର୍ଥନ କରିଛନ୍ତି । ୨୦୨୦ରେ ଏକାଠି ଲଢିଥିଲେ ନିର୍ବାଚନ ସୂଚନାଯୋଗ୍ୟ, ବିଜେପି ଓଜେଡିୟୁ ୨୦୨୦ରେ ମିଳିବ ଭାବେ ବିଧାନସଭା ନିର୍ବାଚନ ଲଢିଥିଲେ । କିନ୍ତୁ ଆରଜେଡି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ବିଜେପି-ଜେଡିୟୁ ସରକାର ଗଠନ କରିଥିଲେ । ସେବେଠୁ ଉଭୟ ଦଳ ମଧ୍ୟରେ ମନାନ୍ତର ଓ ମତାନ୍ତର ବଢିଥିଲା । ଅନେକ ପ୍ରସଙ୍ଗରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । 

Leave A Reply

Your email address will not be published.