ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ

ଜି.ଉଦୟଗିରି ୯।୮: କନ୍ଧମାଳ କଳିଙ୍ଗା ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଜଣେ ଶିଶୁ ଏବଂ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତ । ସମସ୍ତଙ୍କୁ ଜି.ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା କଳିଙ୍ଗା ନିକଟସ୍ଥ ଡିଏଭି ଏବଂ ରାଇପଦା ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି । କାର୍‌ଟି ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ଫଳରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଜଣେ ଶିଶୁ ଏବଂ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି । ସମସ୍ତଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.