ଓଡିଶାରେ ଭୁଶୁଡୁଛି କଂଗ୍ରେସ ଦୁର୍ଗ, ଦଳ ଛାଡିଲେ ୩୦ରୁ ଅଧିକ ନେତା

ଭୁବନେଶ୍ୱର ୦୯।୦୮: ରାଜ୍ୟ କଂଗ୍ରେସକୁ ଝଟ୍‌କା । ଏକାସାଙ୍ଗେ ଦଳ ଛାଡିଲେ ୩୦ରୁ ଅଧିକ ନେତା । ଏମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଓ ବିଧାୟକ ସାମିଲ ଅଛନ୍ତି । ସମସ୍ତ ନେତା ପାର୍ଟିର ବରିଷ୍ଠ ନେତା ଏହି ଇସ୍ତଫା ପତ୍ର ପଠାଇଥିବା ସୂଚନା । ଖବର ଅନୁଯାୟୀ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା , ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଅକ୍ଷୟ ମଲ୍ଲ , ପିସିସିର ପୂର୍ବତନ ସଂପାଦକ ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ , ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ବିଶ୍ବଜିତ ଦାସ  ଦଳ ଛାଡିଛନ୍ତି । ତେବେ ଏହି ସବୁ ନେତା କଣ ପାଇଁ କଂଗ୍ରେସ ଛାଡିଛନ୍ତି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । ସେପଟେ କଂଗ୍ରେସ ନେତା ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି ବିଧାୟକ ମୋକିମ । ସେ କହିଛନ୍ତି ଯେ, ଏହା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ । ମୋ ସହ କେହି ଆଲୋଚନା କରିନାହାନ୍ତି । କିନ୍ତୁ ସେମାନଙ୍କ ସହ ମୁଁ ଆଲୋଚନା କରିବି । ୩୦ ଜଣ ଇସ୍ତଫା ଦେଇଥିବା ନେତାଙ୍କ ଭିତରେ କଟକ କଂଗ୍ରେସ ସଂଗଠନର ଅନେକ ନେତା ରହିଛନ୍ତି ।

Leave A Reply

Your email address will not be published.