ଏଥର ହେବନି ପରେଡ, କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର ୦୯/୦୮: ରାଜ୍ୟରେ ଏଥର ହେବନି ପରେଡ । କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ । ପ୍ରଦର୍ଶନୀ ପଡିଆରେ ହେବ ପତାକା ଉତ୍ତୋଳନ । ସ୍ୱାଧୀନତା ଦିବସରେ ଏଥର ରାଜ୍ୟରେ ହେବନି ପରେଡ । ସେହିଭଳି ହେବନି ଜନସମାଗମ । ବିଶେଷ କରି ଭାଗ ନେବେନାହିଁ ସ୍କୁଲ ଛାତ୍ରଛାତ୍ରୀ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା କଟକଣା ସାମାନ୍ୟ ବଢିବା ପରେ ଏମିତି ନିଷ୍ପତ୍ତି ହୋଇଛି । ସୂଚନା ଥାଉକି, ଗତ ଦୁଇ ବର୍ଷ ହେବ କରୋନା ପାଇଁ ସ୍ୱାଧିନତା ଦିବସ ପାଳନ ଆଡମ୍ୱର ସହ ପାଳନ ହେଉନଥିଲା । କେବଳେ ପତାକା ଉତ୍ତୋଳନକୁ ଛାଡିଦେଲେ ନାଁ ପରେଡ ହେଉଥିଲା ନାଁ କେହି ଭାଗ ନେଉଥିଲେ । ଚଳିତ ବର୍ଷ ମଧ୍ୟ ସେହିପରି ହେବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.