କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଗଲେ ମହିଳା, ଉଦ୍ଧାର ହେଲା ମୃତଦେହ

କାମାକ୍ଷାନଗର ୯।୮: କେନାଲରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ବୁଢିବିଲି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ସୁଶିଳା ମହାନ୍ତ। ସୂଚନାଯୋଗ୍ୟ ଯେ, ସୋମବାର ସୁଶିଳା ବିଲକୁ କାମ କରିବାକୁ ଯାଇ ସନ୍ଧ୍ୟା ସମୟରେ ରାମିଆଳ ବାମ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ କେନାଲରେ ବହୁ ଖୋଜାଖୋଜି କରି ପାଇନଥିଲେ। ଫଳରେ ମଙ୍ଗଳବାର କେନାଲରୁ ପାଣି ବନ୍ଦ କରିବା ପରେ ତାଙ୍କ ମୃତଦେହ ସେହି କେନଲରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କଙ୍କଡ଼ାହାଡ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.