ଲଗାଣ ବର୍ଷା ଯୋଗୁଁ ବରଗଡର ସ୍ଥିତି ବେହାଲ, ଧୋଇଗଲା ପୁରୁଣା ଜୀରା ନଦୀର ଅସ୍ଥାୟୀ ପୋଲ

ବରଗଡ ୧୦।୮: ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବରଗଡ଼ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ । ବରଗଡ଼ ସହରରୁ ବରପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରା ନଦୀର ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି ।ଯାହା ଫଳରେ ବରଗଡ଼ ସହରକୁ ସଂଯୋଗ କରୁଥିବା ଅମ୍ବାପାଲି, ବରପାଲି, ବଲାଙ୍ଗୀର, ପଦ୍ମପୁର ଓ ସୋହେଲାକୁ ଯିବା ପାଇଁ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ଅନ୍ୟ ଏକ ପୋଲ ଦେଇ ଯିବାକୁ ପଡୁଛି ।ଉପର ମୁଣ୍ଡ ଛତିଶଗଡ଼ ରାଜ୍ୟରେ ବର୍ଷା ଯୋଗୁଁ ଏପରି ସ୍ଥିତି ଦେଖିବାକୁ ମିଳିଛି ।

Leave A Reply

Your email address will not be published.