ଢେଙ୍କାନାଳରେ ଡାକ ସେବା ସମ୍ପୂର୍ଣ୍ଣ ଠପ୍, ୨୦ଦଫା ଦାବିରେ ଦିନିକିଆ ଧର୍ମଘଟରେ କର୍ମଚାରୀ

ଢେଙ୍କାନାଳ ୧୦।୮: ଡାକ ସେବାକୁ ଘରୋଇକରଣ ଆଦି ୨୦ ଦଫା ଦାବିରେ ଅଖିଳ ଭାରତ ଡାକ କର୍ମଚାରୀ ସଂଘ ଡ଼ାକରାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ କର୍ମଚାରୀ । ଫଳରେ ଢେଙ୍କାନାଳ ଜିଲ୍ଲାବ୍ୟାପୀ ଡାକ ଘର ବନ୍ଦ ରହିଥିବା ବେଳେ ଡାକ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏପରିକି ଢେଙ୍କାନାଳ ଡ଼ାକମଣ୍ଡଳ ଅନ୍ତର୍ଗତ ଅବିଭକ୍ତ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ସମସ୍ତ ଡାକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ଢେଙ୍କାନାଳ ମୁଖ୍ୟ ଡାକଘର ସମ୍ମୁଖରେ ଡାକ କର୍ମଚାରୀମାନେ ବିଭିନ୍ନ ନାରାବାଜି କରି ସମୂହ ଧାରଣାରେ ବସି ଧର୍ମଘଟ ଚାଲୁ ରଖିଛନ୍ତି । ଡାକ ସେବାକୁ ଘରୋଇକରଣ ନକରିବା, ବକେୟା ପେନସନ ପ୍ରଦାନ, ଖାଲିଥିବା ଡାକ କର୍ମଚାରୀ ପଦବୀ ପୂରଣ ଆଦି ୨୦ ଦଫା ଦାବି ପୂରଣ ପାଇଁ ଅଡି ବସିଛନ୍ତି ଡାକ କର୍ମଚାରୀ ।

Leave A Reply

Your email address will not be published.