ଜୁଲାଇରେ କୋଇଲା ଉତ୍ପାଦନରେ ୧୧ ପ୍ରତିଶତ ବୃଦ୍ଧି, ୨୪ ଖଣିରୁ ରେକର୍ଡ ଉତ୍ପାଦନ

ନୂଆଦିଲ୍ଲୀ: ମୌସୁମୀ ପରେ ବିଜୁଳିର ଚାହିଦା ଅଧିକ ରହିବା ଆଶଂକାରେ କେନ୍ଦ୍ର ସରକାର କୋଇଲା ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଲଗାତାର ପ୍ରୟାସ କରୁଛନ୍ତି । କୋଇଲା ମନ୍ତ୍ରଣାଳୟ ଡାଟା ଅନୁସାରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧ ପ୍ରତିଶତ ଅଧିକ ରହିଛି । ଅନ୍ୟପଟେ ଏହି ସମୟରେ ୨୪ଟି କୋଇଲା ଖଣିରେ ୧୦୦ ପ୍ରତିଶତି ଉତ୍ପାଦନ ଦେଖିବାକୁ ମିଳିଛି । ମୌସୁମୀ ସମୟରେ ଖଣିରେ ପାଣି ଭର୍ତ୍ତି ହେବା କାରଣରୁ କୋଇଲା ଉତ୍ପାଦନ ଏବଂ ରପ୍ତାନୀ ଉପରେ ପ୍ରଭାବ ପକାଇଥାଏ । ପରେ ପାର୍ବଣ ସମୟରେ ବିଜୁଳିର ଚାହିଦା ବୃଦ୍ଧି ପାଇବା ସହ ପ୍ଲାଣ୍ଟର ଷ୍ଟକ ହ୍ରାସ ପାଇଥାଏ। ଏହାକୁ ନଜରରେ ରଖି ସରକାର ଚଳିତ ବର୍ଷ ଏହି ଅସୁବିଧାକୁ ଦୂରେଇବା ପାଇଁ ପ୍ରୟାସ କରୁଛନ୍ତି ।

Leave A Reply

Your email address will not be published.