ପିଥିଣ୍ଡା ଗ୍ରାମରେ ବଢ଼ିଚାଲିଛି ଝାଡା-ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ୪୮କୁ ବୃଦ୍ଧି ପାଇଥିବା ସୂଚନା

ଝାରସୁଗୁଡ଼ା, ୧୧/୦୮: ପିଥିଣ୍ଡା ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୮କୁ ପହଂଚିଥିବା ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡୋଳାମଣି ପଟେଲ l ସେହିପରି ବାଦିମାଲ ଗ୍ରାମର ସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ଦେଇଛନ୍ତି ଶ୍ରୀ ପଟେଲ l ଅନ୍ୟପଟେ ଆଜି ଝାଡାବାନ୍ତି ଆକ୍ରାନ୍ତ ଥିବା ଉଭୟ ଗାଁ ପିଥିଣ୍ଡା ଓ ବାଦିମାଲକୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡୋଲାମଣି ପାଟେଲ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଲଖନପୁର ତହସିଲଦାର, ଜିଲ୍ଲାପରିଷଦ ସନତ ସିଂ ପ୍ରମୁଖ ଯାଇ ସ୍ଥିତି ପରଖିଛନ୍ତି l

Leave A Reply

Your email address will not be published.