ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

ନୂଆଦିଲ୍ଲୀ, ୧୩|୦୮:  ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାର ମୃତଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଛତିଶଗଡରେ । ଏଠାକର ମନ୍ତ୍ରୀ ଟିଏସ ସିଂହଦେବଙ୍କ ଭଣଜାରଙ୍କ ମୃତଦେହ ଏକ ରେଳ ଲାଇନରୁ ଉଦ୍ଧାର ହୋଇଛି । ସୂଚନାନୁସାରେ, ମନ୍ତୀଙ୍କ ଭଣଜା ବୀରଭଦ୍ର ପ୍ରତାପ ସିଂ ଓରଫ ସଚିନ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ସଚିନଙ୍କ ମୃତଦେହ ବିଳାସପୁରର ବେଲଗହନା ଷ୍ଟେସନ ନିକଟ ରେଳଧାରଣରେ ପଡିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଁଚିବା ସହ ମୃତଦେହକୁ ଜବତ କରିଥିଲା । ମୃତଦେହର ପୋଷ୍ଟମଟର୍ମ ସରିଛି । କିଛିଦିନ ଭିତରେ ରିପୋର୍ଟ ଆସିଯିବ । ତେବେ କେଉଁ କାରଣରୁ ମୃତ୍ୟୁ ଘଟିଛି, ହତ୍ୟା ନା ଦୁର୍ଘଟଣା ତାହା ଏବେବି ସନ୍ଦେହଘେରରେ ରହିଛି । ସୂଚନାଯୋଗ୍ୟ, ସଚିନ ଲଣ୍ଡ୍ରାର ପଞ୍ଚାୟତ ଅଧ୍ୟକ୍ଷ ଥିଲେ । ଏସଡିପିଓ ଆଶିଷ ଆରୋରାଙ୍କ କହିବାନୁସାରେ, ସଚିନ ଟ୍ରେନରେ ଦୁର୍ଗରୁ ଅମ୍ବିକାପୁର ଯାଉଥିଲେ । ବାଟରେ କିଛି ଅଘଟଣ ଘଟିଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.