ଗଛରେ ଝୁଲୁଛି ମାଆ ଏବଂ ପୁଅଙ୍କ ମୃତଦେହ

ନୂଆପଡା ୧୫।୦୮: ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ବାଦି ଗାଁରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ମାଆ ଓ ପୁଅଙ୍କ ଘର ଖଡିଆଳ ସହରରେ ହୋଇଥିବା ବେଳେ ବାଦି ଗାଁରେ ଭଡ଼ାରେ ରହୁଥିଲେ । ଘରଠାରୁ କିଛି ଦୂରରେ ଥିବା ଏକ ଗଛରେ ମାଆ ଓ ପୁଅ ଝୁଲିଥିବାର ଦେଖିଥିଲେ ସ୍ଥାନୀୟଲୋକେ ।ଦେଖୁ ଦେଖୁ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ ଜମିଯାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ତେବେ ଏବେ ଯାଏଁ ମାଆ ଓ ପୁଅଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଉଭୟ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରି ଗଛରେ ଟାଙ୍ଗି ଦେଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।  

Leave A Reply

Your email address will not be published.