ବଢୁଛି ମହାନଦୀ ଜଳସ୍ତର, ବାଙ୍କୀ ଗୟଳବାଙ୍କ ଅଞ୍ଚଳରେ ପୁରୁଣା ବନ୍ଧରେ ଘାଇ

କଟକ ୧୫।୮: ମହାନଦୀର ଜଳସ୍ତର ବଢିବାରୁ ବାଙ୍କୀ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବାଙ୍କୀର ଗୟଳବାଙ୍କ ଅଞ୍ଚଳରେ ନଦୀର ପୁରୁଣା ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଫଳରେ ଚାଷୀଙ୍କ ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହେବା ସହ ଗୟଳବାଙ୍କ ଗାଁରେ ବନ୍ୟାଜଳ ପ୍ରବେଶ କରିବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ମହାନଦୀରେ ବନ୍ୟା ଆସିବାରୁ ବାଙ୍କୀର କଇଁମୁଣ୍ଡି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଗାଁ ଭିତରୁ ଲୋକେ ବାହାରକୁ ଆସିପାରୁ ନାହାଁନ୍ତି ।

Leave A Reply

Your email address will not be published.