ଆପ୍ରୋଚ ପୋଲ ଉପରେ ୪ଫୁଟ ବନ୍ୟାଜଳ ପ୍ରବାହିତ, ଧର୍ମଗଡ-ଜୁନାଗଡ଼ ଯାତାୟତ ବାଧାପ୍ରାପ୍ତ

ଧର୍ମଗଡ ୧୫।୮: କଳାହାଣ୍ଡି ଆପ୍ରୋଚ ପୋଲ ଉପରେ ବନ୍ୟାଜଳ ପ୍ରବାହିତ । ଫଳରେ ସେହି ରାସ୍ତା ଦେଇ ଯାତାୟତ ଠପ୍ ହୋଇଛି ।  ଧର୍ମଗଡ-ଜୁନାଗଡ଼ ମୁଖ୍ୟରାସ୍ତା ଏନଏଚ ୧୩୦ସି ବଡବସୁଲ ହାଳେରଜୋରର ଆପ୍ରୋଚ ପୋଲ ଉପରେ ୪ ଫୁଟ ଜଳ ପ୍ରବାହିତ ହେଉଥିବାରୁ ଧର୍ମଗଡ-ଜୁନାଗଡ଼ ଯାତାୟତ ବାଧାପ୍ରାପ୍ତ ହୋଇଛି । ଚଳିତ ବର୍ଷ ଏହାକୁ ମିଶାଇ ୪ ଥର ଏହି ଆପ୍ରୋଚ ପୋଲ ଉପରେ ପାଣି ପ୍ରବାହିତ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.