ସ୍ୱାଧୀନତା ସଂଗ୍ରାମୀ ସ୍ମାରକୀ ସ୍ମୃତି ସ୍ତମ୍ଭରେ ସ୍ୱାଧୀନତା ଦିବସ ପାଳିତ

ଚଣ୍ଡିଖୋଲ ୧୫।୦୮: ଆଜି ୭୬ ତମ ସ୍ୱାଧୀନତା ଦିବସ । ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ତେବେ ବଡ଼ଚଣା ବ୍ଲକରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମାରକୀ ସ୍ମୃତି ସ୍ତମ୍ଭ ଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ରାଜ୍ୟ ସ୍ୱାଧୀନତା ସଂଗ୍ରାମର ସଭାପତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଯୋଗ ଦେଇ ସ୍ମାରକୀ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହିତ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବଡ଼ଚଣା ବ୍ଲକ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଏଥିରେ ବଡ଼ଚଣା ବ୍ଲକ ବିଡ଼ିଓ,  ବ୍ଲକ ଅଧକ୍ଷଙ୍କ ସମତେ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଦେଶକୁ ସ୍ୱାଧୀନତା ଦେବାରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ ଥିଲା । ବଡ଼ଚଣା ବ୍ଲକର ବହୁ ସଂଗ୍ରାମୀ ଇଂରେଜ ବିରୁଦ୍ଧରେ ଲଢ଼ି ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ ।

Leave A Reply

Your email address will not be published.