କେନ୍ଦୁଝର ଷ୍ଟାଡିୟମ୍ ପଡିଆରେ ୭୬ତମ ସ୍ବାଧୀନତା ଦିବସ ପାଳିତ

କେନ୍ଦୁଝର ୧୫।୮: କରୋନା କଟକଣା ମଧ୍ୟରେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଛି ୭୬ତମ ସ୍ଵାଧୀନତା ଦିବସ  । ଏହି ଅବସରରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ  ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ପତାକା ଉତ୍ତୋଳନ ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ପ୍ରତି ସ୍ଵାଧୀନତା ସଂଗ୍ରାମୀଙ୍କ ଅବଦାନ ଦେଶ ମାତୃକାର ସ୍ଵାଧୀନତା ପାଇଁ ଚିରଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ଏହାସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକ ଉପରେ ସେ ଆଲୋକପାତ କରିଥିଲେ । ଶେଷରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ମହିଳା ଓ ପୁରୁଷଙ୍କୁ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.