ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘରର କାନ୍ଥ, ସ୍ୱାମୀ-ସ୍ତ୍ରୀ ଗୁରୁତର

ଭୁବନ ୧୫/୦୮: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି । ଭୁବନ ଅଞ୍ଚଳରେ ଝିପିଝିପ ବର୍ଷା ଲାଗିରହିଥିଲା । ତେବେ ଆଜି ଘରର କାନ୍ଥ ପଡି ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଗୁରୁତର ଦୁହେଁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୮ର ଦୈତାରୀ ପାତ୍ର ଓ ଲତା ପାତ୍ର ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଭୁବନ ନଗରପାଳ ପହଞ୍ଚି ଦୁଇ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଦୁଇ ହଜାର ଟଙ୍କା ସହାୟତା ଦେଇଛନ୍ତି ।

Leave A Reply

Your email address will not be published.