କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ନାମରେ ହ୍ବାଟସ ଆପ ମ୍ୟାସେଜ କରି ଟଙ୍କା ମାଗୁଛନ୍ତି ଦୁର୍ବୁତ୍ତ


ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ନାମରେ ହ୍ବାଟସ ଆପ ମ୍ୟାସେଜ କରି ଟଙ୍କା ମାଗୁଛନ୍ତି ଦୁର୍ବୁତ୍ତ । ଏ ନେଇ ଆଜି ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ । ସୂଚନା ଅନୁଯାୟୀ, ଡିପିରେ ସରୋଜଙ୍କ ଫୋଟୋ ଥିବା ଏକ ଫୋନରୁ କିଛି ଜଣାଶୁଣା ଲୋକଙ୍କ ନିକଟକୁ ହ୍ଵାଟ୍ସଆପ ମ୍ୟାସେଜ ଯାଉଛି । ସଂପୃକ୍ତ ବ୍ୟକ୍ତି ବିଭିନ୍ନ ପ୍ରକାର ମ୍ୟାସେଜ କରିବା ପରେ ଆର୍ଥିକ ସାହାଯ୍ୟ ମାଗୁଛି । ଏଭଳି ମ୍ୟାସେଜ ପାଇଥିବା ସରୋଜଙ୍କ କିଛି ପରିଚିତ ବ୍ୟକ୍ତି ତାଙ୍କୁ ଫୋନ କରି ପଚାରିବା ପରେ ସରୋଜ ଏଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଅନୁସନ୍ଧାନ କରିବା ପରେ ଏଭଳି ମ୍ୟାସେଜ ଅନେକ ଲୋକଙ୍କ ପାଖକୁ ଯାଇଥିବା ସରୋଜ ଜାଣିବାକୁ ପାଇଥିଲେ । ଫୋନ ନମ୍ବର ୯୯୦୬୩୨୫୩୦୫ରୁ ଏହି ହ୍ଵାଟ୍ସଆପ ମ୍ୟାସେଜ ଯାଇଥିବା ବେଳେ ଡିପିରେ ସରୋଜଙ୍କ ଫୋଟୋ ରହିଛି । ଏ ନେଇ ଆଜି ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ । ଅଭିଯୋଗ ଆଧାରରେ କେସ ନଂ ଜିଡି ୨/୨୨ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଥିବା ସାଇବର ଥାନା ଅଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.