ଆଠଗଡ ଉପଖଣ୍ଡରେ ବନ୍ୟା ସ୍ଥିତି ସଙ୍ଗୀନ, ୫୨ଟି ପଞ୍ଚାୟତର ୨୩୫ଟି ଗାଁ ପ୍ରଭାବିତ

ଆଠଗଡ ୧୮।୮: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । କଟକ ଜିଲ୍ଲା ଆଠଗଡ ଉପଖଣ୍ଡର ମୋଟ୍ ୫୨ଟି ପଞ୍ଚାୟତର ୨୩୫ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ୨୦୧୪ ପରେ ଏହା ହେଉଛି ମହାନଦୀର ସବୁଠାରୁ ବଡ ବନ୍ୟା । ପ୍ରଶାସନିକ ତଥ୍ୟ ଅନୁସାରେ ଆଠଗଡ ଉପଖଣ୍ଡର ଆଠଗଡ, ବଡମ୍ବା, ତିଗିରିଆ, ନରସିଂହପୁର ବ୍ଲକର ୫୨ଟି ପଞ୍ଚାୟତର ୨୩୫ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ଏହାସହ ୫୦୬୬୭ ଜଣ ଲୋକଙ୍କୁ  ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଆଠଗଡ ବ୍ଲକ୍‌ର ୧୭ଟି ପଞ୍ଚାୟତର ୫୮ଟି ଗାଁର ୭ ହଜାର ୫ ଶହ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮୩୮ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ୮ଟି ସ୍ଥାନରେ ଦୁଇଓଳି ରନ୍ଧାଖାଦ୍ୟ ଦିଆଯାଉଛି ।

Leave A Reply

Your email address will not be published.