କନ୍ଧମାଳରେ କମ୍ବିଙ୍ଗ ଅପରେସନ,ବହୁ ମାଓ ସାମଗ୍ରୀ ଜବତ

ଫୁଲବାଣୀ -19/08 କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦ୍ଦେଶ ରେ ଏସ ଓ ଜି ଓ ଡି ଭି ଏଫ ଯବାନ ମାନେ ଲଗାଣ ବର୍ଷା ସଡ଼େ ଗତ ମଙ୍ଗଳବାର ଓ । ବୁଧବାରଦୁଈ ଦିନ ଗୋଛାପଡ଼ା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲ ରେ କମ୍ବିଙ୍ଗ ଅପରେସନ କରିବା ସହ ମାଓ ବାଦି କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ କରିଥିବା ନେଇ ଆଜି ଶୁକ୍ରବାର କନ୍ଧମାଳ ଏସପି ଭିନୀତ ଅଗ୍ରବାଲା ନିଜ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ । ରେ ଆୟୋଜିତ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି କିଛି ମାଓ ପୋଷାକ, ମେ ଡିସିନ, ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର,ଜଗ କମଳ, ଜ୍ୟାକେଟ ,ସେଫ୍ଟି ଫିଉଜ, ସାବୁନ ତେଲ, ଲେଡ଼ିଜ ଇନର ଆଦି୧୮ ପ୍ରକାର ସାମଗ୍ରି ମାନ ଥିବା ଏସପି ବିନୀତ ଅଗ୍ରୱାଲ କହିଛନ୍ତି।ସୂଚନା ଯୋଗ୍ୟ ଯେ, ଗତ ମୋ ମାସ ୨୨ ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ବାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମରଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲ ଙ୍କ ନିକଟରେ ଆତ୍ମସମର୍ପଣ । କରିଥିଲା କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ଙ୍କ ରଣ କୌଶଳ,ଲଗାତାର କମିଂ ଅପରେସନ ଯୋଗୁଁ ଜିଲ୍ଲାରେ ମାଓ ସଂଗଠନ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି

Leave A Reply

Your email address will not be published.