ପୁରୀ ସହରର ୧ ନଂ ଓ୍ଵାର୍ଡରେ ରିଲିଫ ବଣ୍ଟନ

ପୁରୀ: ବନ୍ୟାଜଳ ଭିତରେ ଭୋକ ଉପାସରେ ରହି ଦୁର୍ଦ୍ଦଶା ଭୋଗୁଥିବା ପୁରୀ ସହର ୧ ନଂ ଓ୍ଵାର୍ଡ ସୁଜାତା ନଗର ବାସିନ୍ଦାଙ୍କୁ ରିଲିଫ ଦିଆଯାଇଛି। ଶୁକ୍ରବାର ଅପରାହ୍ନରେ ପୁରୀ ସଦର ବିଡିଓ ସମ୍ବିତ ଶତପଥୀ, ଗୋପିନାଥପୁର ପଞ୍ଚାୟତ ସରପଞ୍ଚ ଓ ସ୍ଥାନୀୟ ଯୁବକ ମାନେ ଡଙ୍ଗା ମାଧ୍ୟମରେ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି। ଗତ ପାଞ୍ଚଦିନ ଧରି ଏହି ୱାର୍ଡ଼ର ଅନେକ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିଲେ। ଘର ଭିତରେ ଚୁଲି ଜଳିବା ତ ଦୂରର କଥା ପ୍ରାୟ ପାଞ୍ଚ ଦିନ ଧରି ବନ୍ୟାଜଳ ଘର ଭିତରେ ପଶିଥିବାରୁ ଲୋକମାନେ ଭୋକ ଉପାସରେ ରହୁଥିବା ଅଭିଯୋଗ ହୋଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ପୁରୀ ବିଡ଼ିଓ ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ବନ୍ୟାଜଳରେ ପ୍ରଭାବିତ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି। ଖୁବଶୀଘ୍ର ମୋଟର ପମ୍ପ ଲଗାଯାଇ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.