ଭୁଲ ପାଇଁ କ୍ଷମା ମାଗିଲେ ବାବୁସାନ, କହିଲେ-‘ଏପରି ଭୁଲ ଆଉ କେବେ ହେବନି, ମୁଁ ପ୍ରମିଜ୍‌ କରୁଛି’

ଭୁବନେଶ୍ୱର: ଭୁଲ ପାଇଁ ଅନୁତାପ କଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଭିଡିଓ ଜାରି କରି ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ବାବୁସାନ । ଏକ ୩୬ ସେକେଣ୍ଡର ଭିଡିଓରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ ସ୍ତ୍ରୀ ତ୍ରିପ୍ତି ଏଥିପାଇଁ ବହୁ କଷ୍ଟ ପାଇଥିବା କହିଛନ୍ତି । ଏହାସହ ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବି ନାହିଁ ବୋଲି ସେ କହିଛନ୍ତି। ଭିଡିଓରେ ବାବୁସାନ କହିଛନ୍ତି, ‘ଆପଣମାନେ ସମସ୍ତେ ଜାଣିଥିବେ କିଛି ଦିନ ତଳେ ଗୋଟେ ଇନ୍ସିଡେଣ୍ଟ ହୋଇଥିଲା । ସେଥିପାଇଁ ମୁଁ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ମାଗୁଛି । ମୋ ସ୍ତ୍ରୀ ତ୍ରିପ୍ତି ଓ ଶ୍ବଶୁର ଲଳିତ ଶତପଥୀ ତାଙ୍କ ନାଁରେ ଗୋଟିଏ କେସ୍‌ ହୋଇଛି । ତାଙ୍କ ପରିବାର ବହୁତ କଷ୍ଟ ପାଇଛି । ମୋ ସ୍ତ୍ରୀ ଆଉ ଶ୍ବଶୁର ବହୁତ କଷ୍ଟ ପାଇଲେଣି । ମୁଁ ପ୍ରମିଜ୍‌ କରୁଛି, ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବିନାହିଁ । ଏମିତି ଭୁଲ ହେବା ପାଇଁ କେବେ ବି ଦେବି ନାହିଁ’।

Leave A Reply

Your email address will not be published.