ବେଆଇନ ଫଣ୍ଡିଂ ମାମଲା, ଇମ୍ରାନ ଖାନ ଉପରେ ଗିରଫଦାରୀର ଖଣ୍ଡା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉପରେ ଗିରଫବାଦୀର ଖଣ୍ଡା ଝୁଲିଛି। ପାରିସ୍ତାନର ଶୀର୍ଷ ଯାଞ୍ଚ ଏଜେନ୍ସି ସାମନରେ ହାଜର ନ ହେବା ତଥା ଅବୈଧ ଫଣ୍ଡିଂ ମାମଲାରେ ନୋଟିସର ଜବାବ ନ ଦେବା ପରେ ତାଙ୍କୁ ଗିରଫ କରାଯାଇ ପାରେ। ସ୍ଥାନୀୟ ମିଡିଆ ରିପୋର୍ଟରେ ଶନିବାର ଏହି ଖବର ସାମନାକୁ ଆସିଛି। ଏଫଆଇଏ ଏହି ମାମଲାରେ ଶୁକ୍ରବାର ଇମ୍ରାନ ଖାନଙ୍କୁ ଦ୍ୱିତୀୟ ନୋଟିସ ଜାରି କରିଛି। ଦ ନ୍ୟୁଜର ରିପୋର୍ଟ ଅନୁସାରେ ଇମ୍ରାନ ଖାନଙ୍କୁ ଗତ ବୁଧବାର ପ୍ରଥମ ନୋଟିସ ଜାରି କରାଯାଇଥିଲା, କିନ୍ତୁ ସେ ଏଫଆଇଏ ଟିମ ଆଗରେ ହାଜର ହେବାକୁ ମନା କରିଥିଲେ। ଏଫଆଇଏ ଉଚ୍ଚ ଅଧିକାରୀଙ୍କ ବୟାନକୁ ନେଇ ରିପୋର୍ଟରେ କୁହାଯାଇଛି, ତିନୋଟି ନୋଟିସ ଜାରି କରାଯିବା ପରେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ରିପୋର୍ଟ ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାର୍ଟି ସହ ଜଡିତ ପାଞ୍ଚଟି କମ୍ପାନିର ବିଷୟରେ ଏଫଆଇଏ ଜାଣିବାକୁ ପାଇଛି। ଏହି ସବୁ କମ୍ପାନି ଅଷ୍ଟ୍ରେଲିଆ, କାନାଡା, ବ୍ରିଟେନ ଏବଂ ବେଲଜିୟମରେ କାମ କରୁଛି। ପାକିସ୍ତାନ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ରିପୋର୍ଟରେ ଏହି କମ୍ପାନି ଗୁଡିକର ଉଲ୍ଲେଖ ନାହିଁ।  

Leave A Reply

Your email address will not be published.