ଯୁବ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ

କନ୍ଧମାଳ ଜିଲ୍ଲା : ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଯୁବ ଛାତ୍ର ଜନତା ଦଳ ତରଫରୁ ୯ ନମ୍ବର ୱାର୍ଡ ର କେବି ହିଷ୍ଟ କଲେଜ କ୍ୟାମ୍ପସ ଭିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଶ୍ରୀ ସରୋଜ କର୍ଣ, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ବିଷ୍ଣୁ ଚରଣ ମଲ୍ଲିକ, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ସୁନିଲ ସେଠୀ, ଯୁବ ନଗର ସଭାପତି ଶ୍ରୀ ପାର୍ଥ ବିଶ୍ୱାଳ, ଛାତ୍ର ନଗର ସଭାପତି ଶ୍ରୀ ସନ୍ଦୀପ ମହାନ୍ତି ଏବଂ ଯୁବ ଜନତା ଓ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଭଳି ମହତ କାର୍ଯ୍ୟ କରା ଯିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.