ଫିରିଙ୍ଗିଆ ନୂଆପାଦର ପଂଚାୟତ ବିଲୁପଦର ଗାଁ ରେ ଗୁଳିକାଣ୍ଡ


ଫିରିଙ୍ଗିଆ: କନ୍ଧମଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ପଂଚାୟତ ବିଲୁପଦର ଗାଁ ରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି I ଏହି ଗୁଳି କାଣ୍ଡରେ ଜଣେ ୧୦ ବର୍ଷର ନାବାଳକ ସହ ଜଣେ ୨୨ ବର୍ଷର ଯୁବତୀ ଗୁରୁତର ଆହତ ହୋଇଥିବା ମଧ୍ୟ ସୂଚନା ମିକିଛି ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ ଟା ସମୟରେ ବିଲୁପଦର ଗାଁ ର ମହେଶ୍ୱର ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଭଉଣୀ ପ୍ରଭାସିନୀ ସାହାଣୀ (୨୨) ଓ ତାଙ୍କ ୧୦ ବର୍ଷର ପୁଅ ଶୋଭାଯନ ସାହାଣୀ ଘର ବାରଣ୍ଡାରେ ବସିଥିବା ବେଳେ ୪ ରୁ ପାଞ୍ଚ ଜଣ ବ୍ୟକ୍ତି ହଟାତ ଆସିମହେଶ୍ୱର ସାହାଣୀ ଙ୍କ ଭଉଣୀ ଓ ତାଙ୍କ ୧୦ ବର୍ଷ ର ପୁଅ ଉପରକୁ ବର୍ଅତର୍କିତ ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ I ଫଳରେ ଦୁର୍ବୁତ୍ତ ଙ୍କ ଗୁଳି ମାଡ଼ରେ ଉଭୟ ଗୁରୁତର ଆହତ ହୋଇଛନ୍ତି I ତେବେ ଖବର ପାଇ ଘଟଣା ସ୍ତଲରେ ଫିରିଙ୍ଗିଆ ଥାନା ଅଧିକାରି ପି ଶ୍ୟାମ ସୁନ୍ଦର ରାଓ ତାଙ୍କ ଟିମ ସହ ପହଂଚି ନିଜେ ପୋଲିସ ଗାଡ଼ିରେ ଆହତ ମାନଙ୍କୁ ପ୍ରଥମେ ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଆହତ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦିଆଯାଇଛି I ଅନ୍ୟପଟେ ମହେଶ୍ୱର ସାହାଣୀ ଙ୍କ କହିବା ଅନୁସାରେ ସୋମବାର ସକାଳୁ ଗୋରୁ ବ୍ୟବସାୟ କୁ କେନ୍ଦ୍ର କରି ମହେଶ୍ୱର ଙ୍କ ସହ କିଛି ଲୋକଙ୍କ ଗଣ୍ଡଗୋଳ ହୋଇଥିଲା I ଏହି ଘଟଣା କୁ ନେଇ ଏହି ଗୁଳିକାଣ୍ଡ ହୋଇ ଥାଏ ବୋଲି ଅନୁମାନ କରଯାଉଥିବା ବେଳେ ଘଟଣାସ୍ତଲରେ ଫିରିଙ୍ଗିଆ ପୋଲିସ ପହଂଚି ଅଧିକ ତଦନ୍ତ ଜାରିରଖିବା ସହ ଗୁଳିକାଣ୍ଡ ଘଟାଇ ଥିବା ଦୃବୁର୍ତ୍ତ ମାନଙ୍କୁ ଧରିବାପାଇଁ ପ୍ରୟାସ ଆରମ୍ଭ କରିଛି I ତେବେ ଏହି ଘଟଣା କୁ ନେଇ ମହେଶ୍ୱର ସାହାଣୀ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତେଲା ମଧ୍ୟ ଦେଇଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି I

Leave A Reply

Your email address will not be published.