କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବୈଠକ; ସବୁ ଗ୍ରାମକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ

ଫୁଲବାଣୀ -୨୪/୦୮ ଆଦିବାସୀ ଅଧୁସିତ କନ୍ଧମାଳ ଜିଲ୍ଲାର ସବୁ ଗ୍ରାମର ଲୋକେ ଯେପରି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଥିବା କଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଥିଲେ l ମୁଖ୍ୟ ଅତିଥି ଭାବେ ସାଂସଦ ଡ଼ଃ, ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା, ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ପ୍ରକଳ୍ପ ନିର୍ଦେଶକ ଡିଆରଡିଏ, ବିଶ୍ୱରଂଜନ ନାୟକ, ପ୍ରମୁଖ ଯୋଗ ଦେଇ ବର୍ତମାନ ଜିଲାରେ ସ୍ୱାସ୍ଥ୍ୟ ସେବାରେ ପୂର୍ବାପେକ୍ଷା ଯଥେଷ୍ଟ ସୁଧାର ଆସିଛି l ଜିଲାର ସମସ୍ତ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଁ ଭାଁ ଗୋଟିଏ ଦୁଇଟିକୁ ଛାଡିଦେଲେ ବାକି ସମସ୍ତ ସ୍ଥାନରେ ଡାକ୍ତର ରହି ଅହରହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଥିବା କହିବା ସହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ବିଧାୟକ ବାଲିଗୁଡା ଓ ଜି. ଉଦୟଗିରି ବିଧାୟକ କହିଥିଲେ l ସେହିପରି ଜିଲ୍ଲାରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବାସହ ରାଷ୍ଟ୍ରିୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ, ଯକ୍ଷ୍ମା, ଲେପ୍ରସୀ,ମ୍ୟାଲେରିଆ, ଏଚ ଆଇ ଭି ମେଣ୍ଟାଲ ହେଲଥ ଆଦି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା କଥା ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଡିପିଏମ କହିଛନ୍ତି l ଏହି ଅବସରରେ ଗୋଟିଏ ପ୍ରସବ ଭ୍ୟାନ୍ଓ ଭ୍ରାମ୍ୟମାଣ ଚିକିତ୍ସା ଭ୍ୟାନ ଉଦଘାଟିତ ହୋଇଥିଲା

Leave A Reply

Your email address will not be published.