ଫିରିଙ୍ଗିଆ ଗୁଳି ମାଡ଼ ଘଟଣାରେ ଚାରି ଗିରଫ

ଫୁଲବାଣୀ -୨୪/୦୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୁଳିମାଡ଼ ଘଟଣାରେ ଫିରିଙ୍ଗିଆ ପୋଲିସ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି l ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓଙ୍କ ସଠିକ ସମୟରେ ସଠିକ ପଦକ୍ଷେପ ଯୋଗୁଁ ଚବିସ ଘଣ୍ଟା ନ ପୂରୁଣୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ l ଅଭିଯୁକ୍ତ ମାନେ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସଞ୍ଜୟ ସାହାଣୀ, ସୁନ୍ଦର ସିଂହ ସାହାଣୀ, ସୁମନ କହଁର, ଅକ୍ଷୟ ବେହେରା, l ତେବେ ସୁମନ ଗୁଳି ଚାଳନା କରିଥିବା ଥାନା ଅଧିକାରୀ ରାଓ କହିଛନ୍ତି l ସୂଚନା ଯୋଗ୍ୟ ଯେ, ବଳଦ କିଣିବା ନେଇ ଅର୍ଥ ଦେଣ ନେଣକୁ ନେଇ ଗୁଳି ଚାଳନା ହୋଇଥିବା କୁହାଯାଉଛି l ଡ଼ିମିରିଗୁଡା ପଞ୍ଚାୟତ ଶ୍ରୀପଲା ଗ୍ରାମର ସଞ୍ଜୟ ସାହାଣୀ ବିଲୁ ପଦର ଗ୍ରାମର ମହେଶ୍ୱର ସାହାଣୀଙ୍କ ଠାରୁ ଦୁଇଟି ବଳଦ ଦଶ ହଜାରରେ କିଣିଥିଲେ l ହେଲେ ସଞ୍ଜୟ ୨ ହଜାର ଟଙ୍କା ଦେଇ ଆଉ ବଳକା ଟଙ୍କା ଦେଇନଥିଲେ l ଫଳରେ ଦୁହିଁଙ୍କ ମଧ୍ୟରେ ନିକଟରେ ବଚସା ହୋଇଥିଲା ଓ ମହେଶ୍ୱର ସଞ୍ଜୟଙ୍କ ମୋପେଡ଼ ଗାଡିକୁ ଛଡାଇ ନେଇଯାଇଥିଲେ l ଫଳରେ ସଞ୍ଜୟ ତିନିଜଣ ସାଙ୍ଗଙ୍କୁ ନେଇ ମହେଶ୍ୱରଙ୍କ ଘରକୁ ଯାଇ ମହେଶ୍ୱରଙ୍କୁ ଗୁଳି ମାଡ଼ କରିବା ବେଳେ ମହେଶ୍ୱର ଜାଣି ପାରି ଘର ଭିତରକୁ ପଳାଇଥିଲେ ଆଉ ଘର ସାମ୍ନାରେ ବସିଥିବା ମହେଶ୍ୱରଙ୍କ ଭଉଣୀ ପ୍ରଭାସିନୀ ଓ ଦଶ ବର୍ଷର ପୁଅ ସଭାଜନ ଦେହରେ ଗୁଳି ବାଜିଥିଲା l ଓ ଦୁହେଁ ଗୁରୁତର ଆହତ ହୋଇଥିଲେ l ସେମାନେ ଏବେ ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି l ଏ ନେଇ 124/22ରେ ମାମଲା ରୁଜୁ ହୋଇଛି l

Leave A Reply

Your email address will not be published.