ଚୋରି କରିବାକୁ ଆସି ଧରାପଡିଗଲେ, ନିର୍ଦ୍ଧୁମ ଛେଚିଲେ ଲୋକେ

ଜୟପୁର ୨୫।୮: ଚୋରି କରିବାକୁ ଆସିଥିଲା । ହେଲେ ବେଳା ଖରାପ ପଡିଲା । ଭାଗ୍ୟ ସାଥ୍ ଦେଲାନି। ଲୋକଙ୍କ ହାତରେ ଧରା ପଡିବା ପରେ ଉତ୍ତମ ମଧ୍ୟମ ଖାଇଲା। ଆଉ ଶେଷରେ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ଏମିତି ଘଟଣା ଘଟିଛି ଜୟପୁର ପାଓ୍ବାର ହାଉସ୍ କଲୋନୀରେ। ସୂଚନାଯୋଗ୍ୟ ଯେ, ବୁଧବାର ରାତି ସାଢେ ୧୦ଟାରେ ୩ଜଣ ଚୋର ଲୁହା ରଡ୍ ଚୋରି କରିବାକୁ ଆସିଥିଲେ । ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଦେଇଥିଲେ। ଆଉ ସେମାନଙ୍କୁ କାବୁ କରିବାକୁ ସ୍ଥାନୀୟ ଲୋକ ଉଦ୍ୟମ କରୁଥିବା ବେଳେ ୨ ଜଣ ଚୋର ସେଠାରୁ ଖସି ଯାଇଥିଲେ । ଜଣେ ଚୋର ଲୋକଙ୍କ ହାତରେ ଧରା ପଡିଯାଇଥିଲା। ଦିନକୁ ଦିନ ଜୟପୁର ସହରରେ ଚୋରି ବଢିବାରେ ଲାଗିଛି। ଯାହାକୁ ନେଇ ସହରବାସୀ ଭୟଭୀତ। ତେଣୁ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ସହରବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.