କୋରାପୁଟ ଓ ରାୟଗଡା ସ୍ଥିତି ଠିକ୍‌ ଅଛି, ବନ୍ୟାଞ୍ଚଳରେ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ମିଳୁଛି- ନିରଞ୍ଜନ ମିଶ୍ର

ଭୁବନେଶ୍ୱର ୨୫।୦୮: ବନ୍ୟା ଅଞ୍ଚଳରେ ୩୫୦ ମେଡିକାଲ ରିଲିଫ ସେଣ୍ଟରରେ ଚିକିତ୍ସା ସୁବିଧା ମିଳୁଛି । ୧୨୦ ମୋବାଇଲ ମେଡିକାଲ ଟିମ କାମ କରୁଛନ୍ତି । ୪୭୫୦୦ ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୧୦ ଲକ୍ଷ ହାଲୋଜେନ ବଟିକା ବଣ୍ଟାଯିବା ସହ ୨ଲକ୍ଷରୁ ଅଧିକ ORS ବଣ୍ଟାଯାଇଛି । ବର୍ତ୍ତମାନ କିଛି ଡାଇରିଆ କେଶ ଅଛି । ୮୮ ସାପ କାମୁଡା ରିପୋର୍ଟ ଅଛି । ହେଲେ ମୃତ୍ୟୁ ନାହିଁ । ୧୪ ବନ୍ୟା ପ୍ରପୀଡ଼ିତ ଜିଲ୍ଲାରୁ ଡାଇରିଆ ଓ ଝାଡା ଜନିତ ରୋଗ ୯୦୦ କେସ୍‌ ଅଛି । କୋରାପୁଟ ଓ ରାୟଗଡା ସ୍ଥିତି ଠିକ୍‌ ଅଛି । ସେଠାରେ ଚିକିତ୍ସା ଠିକ୍‌ ଭାବେ ଚାଲିଛି । ବର୍ତମାନ ସେଠାରେ କୌଣସି ଡାଇରିଆରେ ମୃତ୍ୟୁ ହୋଇନାହିଁ । 

Leave A Reply

Your email address will not be published.