ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ… ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଏଭଳି ଅଭିଯୋଗ ଆଣିଲେ ମୃତକଙ୍କ ବାପା

ପାରଦୀପ ୨୫।୮: ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ, ମୁଁ ଗରିବ ଲୋକ ଝିଅର ଶାଶୁଘର ଲୋକ ବଡ଼ଲୋକ ହୋଇଥିବାରୁ ମୋ ଝିଅକୁ ବାରମ୍ବାର ନିର୍ଯାତନା ଦେଉଥିଲେ । ଶେଷରେ ଝିଅକୁ ମାରିଦେଇଥିବା ନେଇ କାନ୍ଦି କାନ୍ଦି କହୁଛନ୍ତି ଝିଅର ବାପା । ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଚାନ୍ଦିନୀ ପଡ଼ାରେ । ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବେ ଝଙ୍କଡ଼ କୋଷ୍ଟି ମଙ୍ଗଳପୁରର ଦେବ ମଣ୍ଡଳଙ୍କ ବଡ଼ ଝିଅ ଚାନ୍ଦିନୀପଡାର ଇନ୍ଦ୍ରଜିତ ରାମଙ୍କ ବଡ ପୁଅଙ୍କୁ ବିବାହ କରିଥିଲେ । ବିବାହ ସମୟରେ ବିଭିନ୍ନ ସାମଗ୍ରୀ ସହିତ ୫୦ ହଜାର ଟଙ୍କା ଦେଇଥିଲେ ଝିଅ ଘରଲୋକ । ତେବେ ବିବାହ ପରେ ବାରମ୍ବାର ଶାଶୁଘର ତରଫରୁ ଝିଅକୁ ଯୌତୁକ ନିର୍ଯାତନା ଦେବା ସହ ଶେଷରେ ଝିଅକୁ ମାରିଦେଇଥିବା ନେଇ ବାପା ଦେବ ମଣ୍ଡଳ ଓ ସାନଭଉଣୀ ଭାନି ମଣ୍ଡଳ ଅଭିଯୋଗ ଆଣିଛନ୍ତି । ତେବେ ବୋହୂ ବାପଘରକୁ ଯିବା ପାଇଁ ଜିଦ୍ ଧରିଥିଲେ । ଗୁରୁବାର ସକାଳୁ ବୋହୂକୁ ତା ବାପଘରକୁ ନେଇଯିବା ପାଇଁ ପୁଅକୁ କହିବା ପରେ ବୋହୂ ନାତିକୁ ନେଇ ଘର ଭିତରକୁ ପଳାଇଥିଲା । କିଛି ସମୟ ପରେ ଘର ଭିତରେ ନାତି କାନ୍ଦିବାରୁ ନାତିକୁ ଆଣିବାକୁ ଯାଇଥିବା ବେଳେ ଘରର କବାଟ ବନ୍ଦ ଥିଲା । ତେଣୁ ଘର କବାଟ ଭାଙ୍ଗି ଦେଖିବା ବେଳକୁ ବୋହୂ ବେକରେ ରଶି ଲଗାଇ ଝୁଲୁଥିଲା । ବୋହୂକୁ ତଳକୁ ଓହ୍ଲାଇ ମେଡିକାଲ ନେଇଥିଲୁ । କିନ୍ତୁ ସେଠାରେ ବୋହୂର ମୃତ୍ୟୁ ହୋଇଥିବା ଶ୍ବଶୁର ଇନ୍ଦ୍ରଜିତ କହିଛନ୍ତି ।

Leave A Reply

Your email address will not be published.