SBI ଏଟିଏମ୍ ଭାଙ୍ଗି ଦୁର୍ବୃତ୍ତ ଚମ୍ପଟ, ଖୋଳି ନେଇଗଲେ ମେସିନ୍

ଚଣ୍ଡିଖୋଲ ୨୫।୮: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ବଜାର ଶାନ୍ତି ମାର୍କେଟ୍ କମ୍ପ୍ଲେସରେ ହୋଇଥିବା ଏସବିଆଇ ଏଟିଏମ୍ ମେସିନକୁ ଖୋଳି ନେଇଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଶାନ୍ତି ବଜାର ମାର୍କେଟ୍ କମ୍ପ୍ଲେସରେ ଥିବା ଏସବିଆଇ ଏଟିଏମ୍ ଭାଙ୍ଗି ଦେଇଛନ୍ତି ଚୋର । ଏଟିଏମ୍‌ରୁ ଚୋରି ହୋଇଥିବା ସ୍ଥାନୀୟ ଲୋକେ ଦେଖି ଶାନ୍ତି ବଜାର ମାର୍କେଟ୍ କମ୍ପ୍ଲେକ୍ସର ମାଲିକଙ୍କୁ ଖବର ଦେଇଥିଲେ । ଏହାପରେ ସେ ଆସି ଏଟିଏମ୍ ଥିବା ଘରର ସଟର ଭାଙ୍ଗି ଏଟିଏମ୍‌ ଭଙ୍ଗା ହୋଇଥିବା ଦେଖି ସଙ୍ଗେ ସଙ୍ଗେ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଚୋରି ହୋଇଥିବା ଏଟିଏମ୍‌ରୁ କିଏ ଏବଂ କେଉଁଭଳି ପରିସ୍ଥିତିରେ ଚୋରି କଲା ସେ ନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.