ଜଙ୍ଗଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବିଷ ବୋତଲ

ଘଟଗାଁ ୨୫।୮: କେନ୍ଦୁଝର ଜିଲ୍ଲା ଘଟଗାଁ ବାଇପାସ୍ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧଙ୍କ ପରିଚୟ ମିଳିନାହିଁ । ତେବେ ମୃତଦେହ ଜଙ୍ଗଲ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଘଟଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ନିକଟରୁ ଏକ ବିଷ ବୋତଲ ମିଳିଥିବାରୁ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିପାରିଥାନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.