ଏସିଆ କପ୍ : ହଂକଂକୁ ହାଲୁକା ନେଲେ ବିପଦ, ୨୦୧୮ରେ ଭାରତକୁ ଦେଇଥିଲା କଡା ଟକ୍କର

ନୂଆଦିଲ୍ଲୀ, ୨୫|୦୮: ହଂକଂ କ୍ରିକେଟ୍ ଟିମ୍ ୟୁଏଇ ବିପକ୍ଷରେ ଦମଦାର୍ ବିଜୟ ହାସଲ କରି ଏସିଆ କପରେ ଏଣ୍ଟ୍ରି କରିଛି । ଦଳ କ୍ୱାଲିଫାଇଂ ମୁକାବିଲାକୁ ୮ ଓ୍ୱିକେଟରେ ଜିତି ନେଇଥିଲା । ଦଳ କ୍ୱାଲିଫାଇଂରେ ସମସ୍ତ ତିନୋଟି ମ୍ୟାଚ୍ ଜିତିଛି । ତେବେ ଟୁର୍ଣ୍ଣାମେଣ୍ଟରେ ହଂକଂ ଆଗାମୀ ୩୧ ତାରିଖରେ ଭାରତକୁ ଭେଟିବ । ତେବେ ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏଥର ହଂକଂକୁ ହାଲୁକା ନେବା ଭୁଲ କରିବ ନାହିଁ । କାରଣ ଏହାପୂର୍ବରୁ ୨୦୧୮ ଏସିଆ କପରେ ହଂକଂ ଭାରତ ବିପକ୍ଷରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା । ୨୦୧୮ ଏସିଆ କପରେ ଭାରତକୁ ଦେଇଥିଲା ଟେନସନ୍ ୪ ବର୍ଷ ପୂର୍ବରୁ ୨୦୧୮ ଏସିଆ କପରେ ଭାରତ ରୋହିତଙ୍କ ନେତୃତ୍ୱରେ ହଂକଂକୁ ଭେଟିଥିଲା । ହଂକଂ ଅଧିନାୟକ ଅଂଶୁମାନ ରଥ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏଥିରେ ବିରାଟ କୋହଲି ଖେଳୁନଥିଲେ । ରୋହିତଙ୍କ ବ୍ୟତୀତ ଶିଖର ଧାଓ୍ୱନ, ମହେନ୍ଦ୍ର ସିଂ ଧୋନୀ, ଅମ୍ବତି ରାୟଡୁ ଓ ଦିନେଶ କାର୍ତ୍ତିକଙ୍କ ଭଳି ବଡ ବ୍ୟାଟର ଥିଲେ ।

Leave A Reply

Your email address will not be published.