ସୁନାମୁଖୀ ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ଗଳିତ ମୃତଦେହ, ଚାରିପଟେ ରକ୍ତ ଛିଟା

କଳାହାଣ୍ଡି ୨୬।୮: ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ମୃତଦେହ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମଦନପୁର ପାଖ ସୁନାମୁଖୀ ଜଙ୍ଗଲରେ ପଡିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମଦନପୁର ପାଖ ସୁନାମୁଖୀ ଜଙ୍ଗଲରେ ଶୁକ୍ରବାର ସକାଳୁ ଏକ ମୁଣ୍ଡ ବିହୀନ ଗଳିତ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏ ନେଇ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦିନେ କି ଦୁଇ ଦିନ ଆଗରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ମୁଣ୍ଡ ବିହୀନ ଓ ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ନିକଟରେ ରକ୍ତ ଛିଟା ମଧ୍ୟ ପଡିଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତଦେହଟିର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।ସାଇଣ୍ଟିଫିକ୍ ଟିମ୍ ଆସିଲା ପରେ ତଦନ୍ତ କରାଯିବ ବୋଲି ମଦନପୁର ରାମପୁର ଆଇଆଇସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.