ବନ୍ୟାରେ ପ୍ରାଣ ହରାଇଲେ ୯୦୦ରୁ ଅଧିକ ଲୋକେ, ପାକିସ୍ତାନରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ ୨୬/୦୮ : ଲଗାଣ ବର୍ଷା ଯୋଗୁ  ପାକିସ୍ତାନରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ବନ୍ୟାରେ ୯୩୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାପରେ ପାକିସ୍ତାନ  ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଲଗାତାର ମୌସୁମୀ ବର୍ଷାକୁ “ମହାକାଶ ଅନୁପାତର ଜଳବାୟୁ ଦ୍ୱାରା ସୃଷ୍ଟି ହୋଇଥିବା ମାନବିକ ସଙ୍କଟ” ବୋଲି କହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ସଂଗୃହିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଜୁନ୍ ୧୪ରୁ ଆଜି ପର୍ଯ୍ୟନ୍ତ ସିନ୍ଧ୍ ରେ ସର୍ବାଧିକ ବନ୍ୟା ଏବଂ ବର୍ଷା ଜନିତ ଘଟଣା ଯୋଗୁଁ ୩୦୬ଜଣ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅଗଷ୍ଟରେ ପାକିସ୍ତାନରେ ୧୬୬.୮ ମିମି ବର୍ଷା ହୋଇଛି । ନିରନ୍ତର ବର୍ଷାରେ ଉଦ୍ଧାର କାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିଛି ବୋଲି ସ୍ୱୀକାର କରିଛନ୍ତି ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ। ଚଳିତ ସପ୍ତାହ ହୋଇଥିବା ଭୟଙ୍କର ବନ୍ୟାକୁ ୨୦୧୦ ର ବନ୍ୟା ସହିତ ତୁଳନା କରିଛନ୍ତି ରେହମାନ। ମୌସୁମୀ ବର୍ଷା ଏବଂ ପାକିସ୍ତାନରେ ବନ୍ୟା ପରିସ୍ଥିତି ଗତ କିଛି ସପ୍ତାହ ମଧ୍ୟରେ ୩୦ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି। ଏମିତି କହି ସମସ୍ତ ତମ୍ବୁ ଉତ୍ପାଦନକାରୀଙ୍କୁ ଏକତ୍ରିତ କରାଯାଇଥିଲା ବୋଲି ସେ କହିଛନ୍ତି । ଏହାସହ ସେ ସିନ୍ଧ  ପାଇଁ ଏକ ଲକ୍ଷ ଟେଣ୍ଟ ଏବଂ ବାଲୁଚିସ୍ତାନ ପାଇଁ ୧୦୦,୦୦୦ ଟେଣ୍ଟ ମାଗିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆଗକୁ ଆସି ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ସୂଚନା ମନ୍ତ୍ରୀ ମାରିୟମ୍ ଔରଙ୍ଗଜେବ। ଜାତିସଂଘର ଏଜେନ୍ସି କାର୍ଯ୍ୟଳୟର ଏକ ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୫୦ କିଲୋମିଟର 

Leave A Reply

Your email address will not be published.