ପାରାଦୀପରେ ଆଶା କର୍ମୀଙ୍କୁ ଗଣଦୁଷ୍କର୍ମ, ଏମ୍ପାୟର୍ସ ହୋଟେଲ ସାମ୍ନାରୁ ଟେକି ନେଲେ ୩ ଯୁବକ

ପାରାଦୀପ: ପାରାଦୀପରୁ ଲଜ୍ଜା। ଆଶା କର୍ମୀଙ୍କୁ ଅପହରଣ କରି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ୩ ଯୁବକଙ୍କୁ ପାରାଦୀପ ଥାନାରେ ଅଟକ ରଖାଯାଇଛି। ପାରାଦୀପ ସ୍ଥିତ ଏମ୍ପାୟର୍ସ ହୋଟେଲ ସମ୍ମୁଖରୁ ଆଶାକର୍ମୀଙ୍କୁ ଅପହରଣ କରାଯାଇଥିଲା।  ପୋଲିସ୍ ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଆଶାକର୍ମୀ ଜଣକ ସାଇକେଲରେ ଯାଉଥିବା ସମୟରେ ଏମ୍ପାୟାର୍ସ ହୋଟେଲ ସମ୍ମୁଖରୁ ତାଙ୍କୁ ୩ ଜଣ ଯୁବକ ଟେକି ନେଇଥିଲେ । ପରେ ତାଙ୍କୁ ନେହେରୁ ବଙ୍ଗଳାକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୀଡିତା ଆଶାକର୍ମୀଙ୍କ ବାପା ପାରାଦୀପ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପାରାଦୀପ ଟାଉନରୁ ୩ ଜଣ ଯୁବକଙ୍କୁ ଧରି ଥାନାକୁ ନେଇ ପଚରା ଉଚରା କରୁଛି । ପରେ ପୀଡିତାଙ୍କ ଡାକ୍ତରୀମାଇନା କରାଇଛି ପୋଲିସ ।

Leave A Reply

Your email address will not be published.