ମାତିଲେ ଲୁଟେରା, ATM ତାଡି ଲୁଟିନେଲେ ୪ଲକ୍ଷରୁ ଅଧିକ ଟଙ୍କା

ଯାଜପୁର ରୋଡ ୨୭।୮: ଯାଜପୁରରେ ପୁଣି ମାତିଲେ ଏଟିଏମ୍ ଲୁଟେରା । ଯାଜପୁର ଜିଲ୍ଲା କୁଆଖିଆ ଥାନା ହରିପୁର ବଜାରରେ ଥିବା ଆକ୍ସିସ ବ୍ୟାଙ୍କ୍ ଏଟିଏମ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଦୁର୍ବୃତ୍ତମାନେ ଏଟିଏମ୍ ସଟର ତାଡି ଏଟିଏମ୍ ମେସିନ ଭାଙ୍ଗି ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ସ୍ଥାନୀୟ ବ୍ୟବସାୟୀ ଏଟିଏମ୍ ମେସିନ ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି । ତେବେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛିବ। ଗତ ୨ ଦିନ ତଳେ ମଧ୍ୟ ଧର୍ମଶାଳା ଥାନା ନେଉଳପୁର ବଜାରରୁ ଏଟିଏମ୍ ମେସିନ୍ ତାଡି ନେଇଥିଲେ ଦୁର୍ବୃତ୍ତ ।

Leave A Reply

Your email address will not be published.