ପିକ୍‌ଅପ୍‌ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ, ଡ୍ରାଇଭର ଫେରାର୍

ଆଠମଲ୍ଲିକ ୨୯।୦୮: ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ। ଭ୍ୟାନ୍ ଛାଡ଼ି ଡ୍ରାଇଭର୍ ଫେରାର୍।  ବନବିଭାଗ ଓ ପୋଲିସର ତଦନ୍ତ ଜାରି । ଖବର ଅନୁଯାୟୀ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗାଁର କେନ୍ଦୁପତ୍ର ଚାଲାଣ ହେଉଥିଲା । ଏନେଇ ଖବର ମିଳିବା ପରେ ବନ ବିଭାଗ ଚଢାଉ କରିଥିଲା। ବନ କର୍ମଚାରୀଙ୍କୁ ଦେଖିବା ପରେ ଡ୍ରାଇଭର୍ ଗାଡି ଛାଡ଼ି ଫେରାର୍ ହୋଇଯାଇଥିଲା। ବନ ବିଭାଗ କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ୍‌କୁ ରେଞ୍ଜ୍ ଅଫିସକୁ ଆଣିଛି। ସୋମବାର କେନ୍ଦୁପତ୍ରର ମୂଲ୍ୟ ଆକଳନ କରାଯାଇ କେନ୍ଦୁପତ୍ର ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.