ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାରେ ଷଣ୍ଢ ସହ ବାଇକ ଧକ୍କା, ଜଣେ ଗୁରୁତର

ଚାନ୍ଦବାଲି ୨୯/୦୮: ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ଦଗଛିଆ ବଜାର ନିକଟରେ ଦୁର୍ଘଟଣା । ଷଣ୍ଢ ସହ ଜଣେ ବାଇକ ଆରୋହୀଙ୍କ ଧକ୍କା ଦେବାରୁ ବାଇକ ଆରୋହୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଫଳରେ ତାଙ୍କୁ ସ୍ଥାନୀୟ ବାସିନ୍ଦା ସଂଗ୍ୟାହିନ ଅବସ୍ଥାରେ ଉଦ୍ଧାର କରି ୧୦୮ ଗାଡ଼ିରେ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବାଇକ ଆରୋହୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗରୁତର ବାଇକ ଆରୋହୀ ଜଣକ ହେଉଛନ୍ତି ସ୍ଥାନୀୟ ଗୋପାଳପୁର ଗାଁର ଧନେଶ୍ୱର ବାରିକ l

Leave A Reply

Your email address will not be published.