ମଦ ଦୋକାନ ସହ କାର୍ ଜାଳି ଦେଲେ ଲୋକେ, ୬ ଜଣଙ୍କୁ ଅଟକ ରଖିଲା ପୋଲିସ

ସୋରୋ ୨୯/୦୮: ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଲିଦେଳେ ଦୁର୍ବୃତ୍ତ । ତା ସହିତ ମଦ ମାଲିକଙ୍କର ୪ ଚକିଆ ଯାନକୁ ବି ଜାଳି ଦେଇଛନ୍ତି ।ସନ୍ଦେହରେ ଖନ୍ତାପଡା ପୋଲିସ ୬ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା । ସୂଚନାରୁ ଜଣାଯାଏ ଏହି ଗ୍ରାମରେ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ସେଠାକାର ସ୍ଥାନୀୟ ବାସିନ୍ଧା ଗତ କିଛିଦିନ ଧରି ଏହାକୁ ବିରୋଧ କରିଥିଲେ । ଶେଷରେ ମଦ ଦୋକାନୀ ମାଲିକ କୋର୍ଟ ଦ୍ୱାରସ୍ଥ ହୋଇଥିଲେ କୋର୍ଟ ସେଠି ମଦ ଦୋକାନ ଖୋଲିବା ପାଇଁ କହିଥିବା ବେଳେ ଗ୍ରାମବାସୀ ମାନେ ବିରୋଧ କରିଥିଲେ । ଯାହାକୁ ନେଇ କିଛିଦିନ ଧରି ଉତେଜନା ଲାଗିରହିଥିଲା । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.