ନୂଆ ପରିଚୟ ପାଇବ ବାରିପଦା ମୁଢି, ଉତ୍ସାହିତ ମୟୁରଭଞ୍ଜ ବାସିନ୍ଦା

ବାରିପଦା ୨୯/୦୮: ଯଦିଓ ପ୍ରସିଦ୍ଧ ବାରିପଦା ମୁଢିର ପରିଚୟର ଆବଶ୍ୟକତା ନାହିଁ । ତେବେ ବି ସରକାରୀ ସ୍ତରରେ ବାରିପଦା ମୁଢିକୁ ପରିଚୟ ସହିତ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ବାରିପଦା ମୂଢି କୁ ଜି.ଆଇ ଟ୍ୟାଗ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଆବଶ୍ୟକ ତଥ୍ୟ ମାଗିଛନ୍ତି ସଚିବ ସୁରେଶ ବଶିଷ୍ଠ । ମୟୁରଭଞ୍ଜର ଐତିହ ସହିତ ଜଡିତ ମୂଢି କେବଳ ଏକ ଖାଦ୍ୟ ନୁହେଁ ପରମ୍ପରା ସଦୃଶ୍ୟ । ପର୍ବପର୍ବାଣୀରୁ ନେଇ ଯାନିଜାତ୍ରା ସବୁଠି ମୁଢି ମୟୁରଭଞ୍ଜିଆଙ୍କ ସହିତ ଯୋଡା । ମାଂସ ମୁଢି ର ନିଆରା ସ୍ୱାଦ ସାରା ଦେଶ ତଥା ଦେଶ ବାହାରେ ମଧ୍ୟ ବେଶ ଆଦୃତ । ମୁଢିର ଏହି ନୁଆ ପରିଚୟର ପ୍ରକ୍ରିୟା ଆରମ୍ଭ ହେବା ନେଇ ମୟୁରଭଞ୍ଜିଆଙ୍କ ମନରେ ନାହିଁନଥିବା ଆନନ୍ଦ ଓ ଉତ୍କଣ୍ଠା ।

Leave A Reply

Your email address will not be published.