ମ୍ୟାଚ୍‌ ଦେଖିବାକୁ ଦୁବାଇ ଆସିଥିଲେ ‘ଲାଇଗର’ ଷ୍ଟାର, ଟିମ୍‌ ଇଣ୍ଡିଆକୁ କଲେ ଚିୟର

ମୁମ୍ଵାଇ ୨୯।୦୮: ଅଭିନେତା ବିଜୟ ଦେବରାକୋଣ୍ଡା ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ଲିଗରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ହେଲେ ଏହି ସମୟରେ ଇଣ୍ଡଆ-ପାକ୍‌ ମ୍ୟାଚ୍‌ ଦେଖିବା ପାଇଁ ଦୁବାଇରେ ପହଞ୍ଚିଥିଲେ। ସବୁଥର ପରି ଏଥର ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ମ୍ୟାଚ୍‌ରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଥିଲା । ମ୍ୟାଚ୍ ଆରମ୍ଭ ପୂର୍ବରୁ ବିଜୟ ଦେବରାକୋଣ୍ଡାଙ୍କୁ ମଇଦାନ୍‌ରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ସମୟରେ ବିଜୟ ଏକ ଟ୍ରାଡିସନାଲ ଲୁକ୍‌ରେ ନଜର ଆସିଥିଲେ। କୁର୍ତ୍ତା ପାଇଜାମା ପିନ୍ଧିଛନ୍ତି। ତାଙ୍କ ସହ ଇରଫାନ୍ ପଠାନ୍ ଏବଂ ଜତିନ୍ ସପ୍ରୁ ଥିଲେ। ଧର୍ମା ପ୍ରଡକ୍ସନ୍ସ ତାଙ୍କର ଗୋଟିଏ ଭିଡିଓ  ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଯେଉଁଥିରେ ତାଙ୍କୁ ଦେଖିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି। କହିବାକୁ ଗଲେ ‘ଲାଇଗର୍’ ଏହି ସମୟରେ ହଲ୍‌ରେ ଧମାଲ କରୁଛି। ଦର୍ଶକଙ୍କ ଠାରୁ କିଛି ମାତ୍ରାରେ ଭଲ ଖରାପର ପ୍ରତିକ୍ରିୟା ମିଳୁଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପୁରୀ ଜଗନ୍ନାଥ ଦେଇଥିବା ବେଳେ ବିଜୟ ଦେବରାକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ, ରାମିଆ କୃଷ୍ଣନ୍, ରୋନିତ୍‌ ରୟ ପ୍ରମୁଖ ଅଭିନୟ କରିଛନ୍ତି।

Leave A Reply

Your email address will not be published.