ଏସିଆ କପ୍: ମୁଜିବ ଏବଂ ରଶିଦଙ୍କ ଶାଣିତ ବୋଲିଂ, ୧୨୭ ରନରେ ଅଟକିଲା ବାଂଲାଦେଶ

ସାରଜା: ଏସିଆ କପ୍‌ରେ  ନିଜର ଦ୍ଵିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନର ମୁଜିବ ଉର ରେହମାନ ଏବଂ ରଶିଦ ଖାନଙ୍କ ଶାଣିତ ବୋଲିଂ କାରଣରୁ ଶ୍ରୀଲଙ୍କା ବଡ ସ୍କୋର କରି ପାରିନାହିଁ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୭ ରନ କରିଛି। ମୋସାଡେକ  ହୋସେନଙ୍କ ଅପରାଜିତ ୪୮ ରନର ଲଢୁଆ ଇନିଂସ ବଳରେ ବାଂଲାଦେଶ ଏହି ସ୍କୋରରେ ପହଞ୍ଚି ପାରିଛି। ତାଙ୍କ ବ୍ୟତୀତ ମହମଦୁଲ୍ଲା ୨୫ ରନ କରିଛନ୍ତି। ମୁଜିବ ୧୬ ରନ ଦେଇ ୩ ଏବଂ ରଶିଦ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଜିତିବା ପାଇଁ ଆଫଗାନିସ୍ତାନ ସମ୍ମୁଖରେ ୧୨୮ ରନର ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Leave A Reply

Your email address will not be published.