ଶ୍ରୀଲଙ୍କା ଏବଂ ବାହାରିନ୍‌ରେ ଜ୍ୟାକଲିନ୍‌ଙ୍କ ଲାଗି ଘର କିଣିଥିଲେ ସୁକେଶ, ଜୁହୁରେ ଜମି ପାଇଁ ଦେଇଥିଲେ ଆଡଭାନ୍ସ ବୁକିଂ

ନୂଆଦିଲ୍ଳୀ ୦୧।୦୯: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ କିଛି ସମୟ ଧରି ଖବରରେ ରହିଆସିଛି। ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ଜଣାପଡିବା ପରେ ଫସିବାରେ ଲାଗିଛନ୍ତି। ଉଭୟଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ଅନ୍ୟପଟେ ସୁକେଶ ଜ୍ୟାକଲିନଙ୍କୁ ବହୁ ଦାମୀ ଉପହାର ଦେଇଥିବାର ଜଣାପଡିଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚାର୍ଜସିଟ ଅନୁଯାୟୀ, ସୁକେଶ ଶ୍ରୀଲଙ୍କାରେ ଜ୍ୟାକଲିନଙ୍କ ପାଇଁ ଏକ ଘର କିଣିଥିବା ବେଳେ ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ପାଇଁ ଆଡଭାନ୍ସ ବୁକିଂ ଦେଇଥିଲେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଯାଞ୍ଚ ବେଳେ ଏଜେନ୍ସିର ରିପୋର୍ଟରେ କୁହାଯାଇଛି ଯେ ସୁକେଶ ପିଙ୍କି ଇରାନୀଙ୍କୁ ଘର କିଣିବା ଯୋଜନା ବିଷୟରେ କହିଥିଲେ। ଜ୍ୟାକଲିନଙ୍କୁ ପରିଚିତ କରାଇବା ପାଇଁ ସୁକେଶଙ୍କ ଦ୍ୱାରା ପିଙ୍କି ଇରାନୀଙ୍କୁ ଦାୟିତ୍ ଦିଆଯାଇଥିଲା ଏବଂ ତାଙ୍କୁ ଏହି କାମ ପାଇଁ କୋଟି କୋଟି ଟଙ୍କା ଦିଆଯାଇଥିବା ଜଣାପଡିଛି। ଚାର୍ଜସିଟରେ ଥିବା ରିପୋର୍ଟ ଅନୁଯାୟୀ, ‘ସୁକେଶ ପିଙ୍କି ଇରାନୀଙ୍କୁ କହିଥିଲେ ଯେ ଜୁହୁରେ ଜ୍ୟାକଲିନଙ୍କ ପାଇଁ ଏକ ବଙ୍ଗଳା କିଣିବା ପାଇଁ ସେ କିଛି ଟୋକେନ୍ ମନି ଦେଇଛନ୍ତି। ଏଥିସହିତ ସେ ବାହାରିନରେ ଜ୍ୟାକଲିନଙ୍କ ବାପା-ମାଆଙ୍କ ପାଇଁ ଏକ ଘର ଉପହାର ଦେଇଛନ୍ତି। ଏଥି ସହିତ ସେ ଶ୍ରୀଲଙ୍କାରେ ଏକ ଘର ପାଇଁ ଆଲୋଚନା କରୁଥିଲ।

Leave A Reply

Your email address will not be published.