ଗୋପାଳପୁର ଗାଁକୁ ଧସେଇ ପଶିଲେ ୧୧ ଟିକିଆ ହାତୀପଲ

କେନ୍ଦୁଝର ୦୧।୦୯: ଧସେଇ ପଶିଲେ ୧୧ ଟିକିଆ ବଣୁଆ ହାତୀପଲ । କେନ୍ଦୁଝର ସଦର ରେଞ୍ଜର ଗୋପାଳପୁର ଗାଁକୁ ଧସେଇ ପଶିଛନ୍ତି ଏହି ହାତୀପଲ । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟବାସିନ୍ଦା । ଖବର ଅନୁଯାୟୀ, କେନ୍ଦୁଝର ସଦର ରେଞ୍ଜର ଗୋପାଳପୁର ଗାଁକୁ ଧସେଇ ପଶିଲେ ୧୧ ଟିକିଆ ବଣୁଆ ହାତୀ ପଲ I ଗତ କିଛି ଦିନ ଧରି ଏହି ହାତୀ ପଲ ବିଭିନ୍ନ ଅଞ୍ଚଳର ଗାଁ ଗଣ୍ଡାରେ ପଶି ଚାଷ ନଷ୍ଟ କରୁଥିବା ବେଳେ ଆଜି ସକାଳୁ ସକାଳୁ ଏହି ହାତୀ ପଲ ଗୋପାଳପୁର ପୋଲ ନିକଟରେ ପହଞ୍ଚିଯାଇଥିଲେ। ହାତୀଙ୍କ ଚାରିପଟେ ହଜାର ହଜାର ସଂଖ୍ୟାରେ ଲୋକ ଜମି ରହି ଥିବାରୁ ହାତୀ ପଲ ଏଠାରୁ ଅନ୍ୟତ୍ର ଯାଇପାରୁ ନାହିନ୍ତି । ବନ ବିଭାଗ ପକ୍ଷରୁ ହାତୀଙ୍କ ଉପରେ ନିଜର ରଖାଯାଇଛି ।

Leave A Reply

Your email address will not be published.