ହଂକଂ ବିପକ୍ଷରେ ବି ଫେଲ୍ ହେଲେ କେଏଲ ରାହୁଲ : ପୂର୍ବତନ ବୋଲର କଲେ ଟାର୍ଗେଟ୍

ନୂଆଦିଲ୍ଲୀ, ୦୧/୦୯: ଫର୍ମକୁ ଫେରି ପାରୁନାହାଁନ୍ତି କେଏଲ ରାହୁଲ । ହଂକଂ ବିପକ୍ଷରେ ସେ ଖେଳିଥିବା ଧିମା ଇନିଂସ କାରଣରୁ ତାଙ୍କୁ ସମାଲୋଚନା କରାଯାଉଛି । ଅନେକ ବିଶେଷଜ୍ଞ ପ୍ରଶ୍ନ ମଧ୍ୟ ଉଠାଇଲେଣି । ସେହିପରି ଭାରତର ପୂର୍ବତନ ବୋଲିଂ କୋଚ୍ ଭେଙ୍କଟେଶ ପ୍ରସାଦ କେଏଲ ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି । କେଏଲ ରାହୁଲ ଏପରି ଖେଳିବେ ତାହା କିଏ ଚିନ୍ତା ବି କରିନଥିଲେ ବୋଲି ସେ କହିଛନ୍ତି । ରାହୁଲ ଆହତଜନିତ କାରଣରୁ ଦୀର୍ଘଦିନ ଧରି ଦଳରୁ ବାହାରେ ରହିଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଟିମକୁ ଫେରିଥିଲେ । ତେବେ ମ୍ୟାଚରେ ସେ ଖାତା ଖୋଲିପାରିନଥିଲେ । ହଂକଂ ବିପକ୍ଷ ମୁକାବିଲାରେ ତାଙ୍କ ବ୍ୟାଟରୁ ରନ୍ ବାହାରିଥିଲେ ବି ସେ ଟି୨୦ ଖେଳୁଥିବା ଲାଗୁନଥିଲା । ସେ ୩୯ ବଲରୁ ୩୬ ରନ୍ କରିଥିଲେ । ତାଙ୍କ ବ୍ୟାଟରୁ ଦୁଇଟି ଛକା ବାହାରିଥିଲେ ବି ଗୋଟିଏ ହେଲେ ଚୌକା ଲଗାଇନଥିଲେ ।

Leave A Reply

Your email address will not be published.