ହଂକଂ ହାରିବା ପରେ ରୋହିତଙ୍କ ନାଁରେ ବଡ ରେକର୍ଡ

ନୂଆଦିଲ୍ଲୀ, ୦୧/୦୯:  ଭାରତ ଏସିଆ କପର ଏକ ଲିଗ୍ ମୁକାବିଲାରେ ହଂକଂକୁ ୪୦ ରନରେ ମାତ୍ ଦେଇଛି । ଏହି ବିଜୟ ସହ ଅଧିନାୟକ ରୋହିତ ଶର୍ମା ଏକ ଖାସ୍ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ଟି୨୦ ଫର୍ମାଟରେ ଭାରତର ଦ୍ୱିତୀୟ ସଫଳ ଅଧିନାୟକ ହୋଇପାରିଛନ୍ତି । ରୋହିତ ଏହି ମାମଲାରେ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ରୋହିକ ମୋଟ୍ ୩୧ଟି ମ୍ୟାଚରେ ଦଳର ନେତୃତ୍ୱ ନେଇଛନ୍ତି । ଏହା ମଧ୍ୟରୁ ଭରତ ୩୧ଟିରେ ବିଜୟୀ ହୋଇଛି । ବିରାଟ ୫୦ଟି ମ୍ୟାଚରେ ଦଳର ନେତୃତ୍ୱ ନେଇଥିବା ବେଳେ ଭାରତକୁ ୩୦ଟିରେ ବିଜୟୀ କରିପାରିଥିଲେ । ତେବେ ମହେନ୍ଦ୍ର ସିଂ ଧୋନୀ ଟି୨୦ରେ ଭାରତର ସବୁଠୁ ସଫଳ ଅଧିନାୟକ ଅଟନ୍ତି । ସେ ୭୨ଟି ମ୍ୟାଚରେ ଦଳର ନେତୃତ୍ୱ ନେଇଥିବା ବେଳେ ଭାରତ ୪୧ଟିରେ ବିଜୟୀ ହୋଇଛି । ଆହୁରି ମଧ୍ୟ ରୋହିତ ଅଧିନାୟକ ଭାବେ ଏସିଆ କପରେ ଲଗାତର ୭ଟି ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି । ଏପରି କରିଥିବା ସେ ପ୍ରଥମ ଅଧିନାୟକ ଅଟନ୍ତି । ଏହି ମାମଲାରେ ଧୋନୀ ଓ ମୋଇନ୍ ଖାନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଉଭୟ ୬ଥର ଦଳକୁ ଜିତାଇଥିଲେ । ୨୦୧୮ରେ ରୋହିତଙ୍କ କପ୍ତାନୀରେ ଭାରତ ଏସିଆ କପରେ ଲଗାତର ୫ଟି ମ୍ୟାଚ୍ ଜିତିଥିଲା । ଏବେ ରୋହିତଙ୍କ କପ୍ତାନୀରେ ପୁଣି ଆଉ ଦୁଇ ମ୍ୟାଚ୍ ଜିତିଛି ଭାରତ ।

Leave A Reply

Your email address will not be published.